ଅଳିଆ ଗାଡିରେ ମୋଦି ଓ ଯୋଗୀଙ୍କ ଫଟୋ

ମଥୁରା ମ୍ୟୁନସିପାଲ କର୍ପୋରେସନରେ କାମ କରୁଥିବା ଜଣେ ସଫେଇ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବନ୍ଧେଇକରା ଫଟୋ ଅଳିଆ ଗାଡ଼ିରେ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇଛି।

ସେ ଅନ୍ୟ ଅଳିଆ ଭଳି ଦୁଇ ନେତାଙ୍କ ଫଟୋକୁ ମଧ୍ୟ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ମଥୁରା ମ୍ୟୁନସିପାଲ କର୍ପୋରେସନରେ କାମ କରୁଥିବା ଉକ୍ତ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ସଫେଇ କର୍ମଚାରୀଜଣଙ୍କ ହାତଠେଲା ଅଳିଆ ଗାଡ଼ିରେ ଅଳିଆ ଆବର୍ଜନା ସବୁ ନେଇ ଯାଉଥିଲେ।

ସେହି ଗାଡ଼ିରେ ଅନ୍ୟ ଅଳିଆ ସହିତ ମୋଦି ଓ ଯୋଗୀଙ୍କ ବନ୍ଧେଇକରା ଫଟୋ ମଧ୍ୟ ରହିଥିଲା।ସେତିକି ବେଳେ ରାଜସ୍ଥାନର ଅଲୱାରରୁ ଆସିଥିବା କିଛି ଲୋକ ଅଳିଆ ଗାଡ଼ିରେ ଯୋଗୀ ଓ ମୋଦିଙ୍କ ଫଟୋ ଥିବା ଦେଖି ଫଟୋ ଦୁଇଟିକୁ କାଢ଼ି ପୋଛି ସଫାସୁଫି କରିଥିଲେ ।

କର୍ମଚାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ ଫଟୋ ଗୁଡ଼ିକ ଅଳିଆ ଗଦାରେ ପଡ଼ି ରହିଥିଲା, କି ଫଟୋ କାହା ଫଟୋ ଜାଣି ହେଉ ନଥିଲା – ତେଣୁ ଅନ୍ୟ ଅଳିଆ ପରି ଫଟୋଗୁଡ଼ିକୁ ମଧ୍ୟ ସେ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ।

Leave A Reply

Your email address will not be published.