ଗୁଜରାଟ ବିଜେପିରେ ବିଦ୍ରୋହ

ଗତ ଗୁରୁବାର ଦିନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ଦଫା ପ୍ରାର୍ଥୀ ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି। ଗତ ନିର୍ବାଚନରେ ବିଜୟୀ ହୋଇଥିବା ୩୮ ବିଧାୟକ ଓ ବହୁ ଆଶାୟୀ ପୂର୍ବତନ ବିଧାୟକ ଖୋଲା ବିଦ୍ରୋହ କରିଛନ୍ତି। ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ୬ ଥରର ବିଜେପି ବିଧାୟକ ମଧୁଙ୍କୁ ଏଥର ଦଳ ଟିକେଟ୍ ଦେଇନାହିଁ, ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ଵାଚନ ଲଢ଼ିବେ ବୋଲି କହିଛନ୍ତି। ୪ ଜଣ ପୂର୍ବତନ ବିଧାୟକ ମଧ୍ୟ ଦଳ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଏଥର ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ବାଦ ଦେଇଛି, ମାତ୍ର ବିଲକିଶ ବାନୋ ମାମଲାର ୧୧ ଦୁର୍ଦ୍ଦାନ୍ତ ବଳାତ୍କାରୀ ଓ ହତ୍ଯାକାରୀଙ୍କୁ ସଂସ୍କାରୀ ବ୍ରାହ୍ମଣ କହି ଜେଲରୁ ଖଲାସ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଦୁର୍ନାମଗ୍ରସ୍ତ ବିଧାୟକ ଚନ୍ଦ୍ରସିଂ ରାଉଲଜୀଙ୍କୁ ଗୋଧ୍ରାରୁ ୭ମ ଥର ପାଇଁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.