ପାକିସ୍ତାନ ସେନାର ଗୋଟାଏ ହେଲିକପ୍ଟର୍ ବାଲୋଚିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।
ସାଥିରେ ୨ଜଣ ମେଜର୍ ପାହ୍ୟାର ଅଧିକାରୀ ଓ ୩ଜଣ ‘ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍’ (ଏସ୍ପିଜି) କମାଣ୍ଡୋଙ୍କ ସମେତ ସମୁଦାୟ ୬ଜଣ ଥିବାନେଇ ଜଣାପଡିଛି।
କିନ୍ତୁ, ଦୁର୍ଘଟଣାର କାରଣ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।
ଗତ ଅଗଷ୍ଟ ମାସରେ ମଧ୍ୟ ୫ଜଣଙ୍କୁ ନେଇ ଯାଉଥିବା ପାକିସ୍ତାନ ସେନାର ଏକ ହେଲିକପ୍ଟର୍ ବାଲୋଚିସ୍ତାନର ଲାସ୍ବେଲା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା