ହନୁମାନ ଚାଳିଶା ଗାଇବାରୁ କେହି କାହାକୁ ରୋକି ପାରିବେ ନାହିଁ : ମଧ୍ୟପ୍ରଦେଶ ମନ୍ତ୍ରୀ

ମଧ୍ୟପ୍ରଦେଶ ଭୋପାଳରେ ଥିବା ଏକ ବେସରକାରୀ ବିଶ୍ଵବିଦ୍ୟାଳୟ – ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବଡପାଟି କରି ହନୁମାନ ଚାଳିଶା ଗାନ କରିଥିବାରୁ ୭ ଜଣ ଛାତ୍ରଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି।

ହଷ୍ଟେଲରେ ୨୦ ଜଣ ଛାତ୍ର ମଙ୍ଗଳବାର ଦିନ ମିଳିତଭାବେ ଉଚ୍ଚ ସ୍ଵରରେ ହନୁମାନ ଚାଳିଶା ଆବୃତ୍ତି କରିଥିଲେ, ଏହା ଫଳରେ ଅନ୍ୟମାନଙ୍କ ପାଠପଢାରେ ବ୍ଯାଘାତ ଘଟିଥିବାର ଅଭିଯୋଗ ହୋଇଥିଲା।

ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବିଶ୍ୱବିଦ୍ୟାଳୟ ଉପରେ ଖପ୍ପା ହୋଇ କହିଛନ୍ତି ଯେ ଜରିମାନା ଆଦାୟ କରାଯାଇ ପାରିବ ନାହିଁ !

ସେ କହିଛନ୍ତି ଯେ ଭାରତରେ ହନୁମାନ ଚାଳିଶା ଗାନ ଉପରେ କେହି କଟକଣା ଲଗାଇ ପାରିବେ ନାହିଁ ।

ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.