ଆଜି ବିହାର ବିଧାନସଭା ଫ୍ଲୋରଟେଷ୍ଟରେ ବିଜୟୀ ହୋଇଛି ନୀତିଶ କୁମାରଙ୍କ ମହାଗଠବନ୍ଧନ ସରକାର।
ବାଚନିକ ଭୋଟ ଆରମ୍ଭ ହେବା ପୂର୍ବରୁ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି ନୀତିଶ କହିଲେ ଯେ ବିଜେପି ପକ୍ଷରୁ ତାଙ୍କ ବିରୋଧରେ ନାନା ପ୍ରକାର କୁତ୍ସା ପ୍ରଚାର କରାଯାଉଛି, ସେ ପ୍ରଧାନମନ୍ତ୍ରୀ ପଦ ଉପରେ ଆଖି ରଖିଛନ୍ତି, ମାତ୍ର ସେ ବିଧାନସଭାରେ ସ୍ପଷ୍ଟ ଭାବେ ଘୋଷଣା କରି କହିଲେ ଯେ କେନ୍ଦ୍ରରେ ଉଚ୍ଚ ପଦବୀ ଉପରେ ତାଙ୍କର ତିଳାର୍ଦ୍ଧ ଲୋଭନାହିଁ, ସେ ବିହାର ପାଇଁ କାମ କରିବେ !
ବିଜେପି ସମ୍ପର୍କରେ ସେ କହିଲେ ଯେ ଏହି ଦଳ କ୍ଷମତାକୁ ଆସିବା ପରଠାରୁ ରାଜ୍ୟଗୁଡିକରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରି ଚାଲିଛି, ସାମାଜିକ ଜୀବନରେ ପାରସ୍ପରିକ କନ୍ଦଳ ବଢାଇ ଚାଲିଛି ! ବିଜେପି ପ୍ରତି କଟୁ କଟାକ୍ଷ କରି ବିହାର ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ – ” ଭାରତର ସ୍ଵାଧୀନତା ସଂଗ୍ରାମ କାଳରେ କେଉଁଠି ଥିଲ ତୁମେ ?”
ବିଜେପି ସହ ସମ୍ପର୍କ ଛିନ୍ନ କରିବା ପାଇଁ ସେ ନେଇଥିବା ନିଷ୍ପତ୍ତିକୁ ସାରା ଦେଶର ସବୁ ନେତା ସ୍ଵାଗତ କରିଥିଲେ, ତାଙ୍କୁ ଅଭିନନ୍ଦନ ଜଣାଇଥିଲେ – ଏବେ ସବୁ ବିରୋଧୀ ଦଳ ଏକାଠି ହୋଇ ୨୦୨୪ ନିର୍ବାଚନରେ ଲଢି ବିଜେପିକୁ ହରାଇ ଦେବେ