ବିହାରରେ ବିଜେପି ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ନୀତିଶ କୁମାର ନିଷ୍ପତି ନେଇ ସାରିଛନ୍ତି । ଆଜି ବିଧାୟକମାନଙ୍କ ସହ ବୈଠକ ପରେ ଜେଡିୟୁ ପ୍ରମୁଖ ଏହି ବିଷୟରେ ମନସ୍ଥିର କରି ସାରିଥିବା କଥା ଜାତୀୟ ଗଣମାଧ୍ୟମରେ ସମ୍ବାଦ ପ୍ରସାରିତ ହେଉଛି । ଲାଲୁପ୍ରଦାସଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ ଜାତୀୟ କଂଗ୍ରେସର ସହଯୋଗରେ ବିହାରରେ ନୂଆ ମନ୍ତ୍ରୀମଣ୍ଡଳ ଗଠିତ ହେବାକୁ ଯାଉଛି ବୋଲି କୁହାଯାଉଛି । ଆଜି ଅପରାହ୍ନ 4ଟା ବେଳେ ନିତୀଶକୁମାର ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡିଛି ।