ଏନଡିଏ ମେଣ୍ଟରୁ ଓହରିଲା ଜେଡିୟୁ : ନିତୀଶଙ୍କ ଇସ୍ତଫା

ବିହାରରେ ଯାହା ଆଶଙ୍କା କରାଯାଉଥିଲା ଅବଶେଷରେ ସେୟା ଘଟିଲା । ବିଜେପି ସହଯୋଗରେ ବିହାରରେ ଗଢ଼ା ହୋଇଥିବା ମନ୍ତ୍ରିମଣ୍ଡଳର ଆଜି ପତ୍ତନ ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ସାକ୍ଷାତ କରି ଇସ୍ତଫା ଦେଇଛନ୍ତି ।

ମହାରାଷ୍ଟ୍ରରେ ଘଟିଥିବା ଘଟଣାର ପୁନରାବୃତି ବିହାରରେ ଘଟିପାରେ ବୋଲି ଆଶଙ୍କା କରି ନୀତିଶ କୁମାର ଏପରି ଚରମ ପଦକ୍ଷେପ ନେଇଛନ୍ତି । ଜେଡିୟୁ ଦଳର ଆର.ସି.ପି ସିଂକୁ ଅସ୍ତ୍ର କରି ବିଜେପି ବିହାରରେ ମହାରାଷ୍ଟ୍ର ପରି ନାଟକ ଆରମ୍ଭ କରିବା ପାଇଁ ଯାଉଥିଲା । ଚତୁର ନୀତିଶ ବିଜେପିର ସେ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛନ୍ତି । ବିହାରରେ ଘଟିବାକୁ ଯାଉଥିବା ପରବର୍ତ୍ତୀ ରାଜନୈତିକ ଘଟଣା ଅତ୍ୟନ୍ତ ଚାଞ୍ଚଲ୍ୟକର ହେବ ବୋଲି ମନେ କରାଯାଉଛି । ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ, ନୀତିଶ କୁମାରଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି । ଏଭଳି ପରିସ୍ଥିତିରେ ଆରଜେଡି, ଜେଡିୟୁ ଓ କଂଗ୍ରେସର ମିଳିତ ସରକାର ଗଠନର ଆଶା ଉଜ୍ବଳ ହୋଇଛି ।

Leave A Reply

Your email address will not be published.