ଅଡ଼ୁଆ କରୁଥିଲେ ଗଡକରି, ହଟିଲେ

ବିଜେପିର ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଦଳର ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ମଧ୍ୟ ବୋର୍ଡରୁ ବାଦ୍ ଦିଆଯାଇଛି। ବିରୋଧୀ ଦଳଗୁଡିକ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟକୁ ଗଡକରି ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମାଲୋଚନା କରୁଥିଲେ। ସେ ଦଳପାଇଁ ଅଡୁଆ ସୃଷ୍ଟି କରୁଥିବା ମନେ କରାଯାଉଥିଲା, ମାତ୍ର ଏହା ଫଳରେ ସେ ଭବିଷ୍ୟତରେ ମୋଦିଙ୍କ ପାଇଁ ଅଧିକ ଅଡୁଆ ସୃଷ୍ଟି କରି ପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି ।

ଦଳ ପକ୍ଷରୁ କେନ୍ଦ୍ରୀୟ ନିର୍ବାଚନ ସମିତିର ମଧ୍ୟ ଘୋଷଣା କରାଯାଇଛି । ଏଥିରୁ ମଧ୍ୟ ନୀତିନ ଗଡକରି ବାଦ ପଡିଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଓମ ମାଥୁରଙ୍କୁ ନୂତନ କରି ଏଥିରେ ସାମିଲ କରାଯାଇଛି । ଏଥିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ – ଜେପି ନଡା, ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ଅମିତ ଶାହା, ଜେପି ନଡା,ବି.ଏସ୍ ୟେଦୁରୁପ୍ପା, ସର୍ବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ, ବି.ଏଲ୍ ସାଣ୍ଟୋଶ ଏବଂ ଶ୍ରୀମତୀ ବନାଥୀ ଶ୍ରୀନିବାସ । ଦଳର ଏହି ଶୀର୍ଷ କମିଟିରେ ଯୋଗୀ ଆଦିତ୍ୟ ନାଥଙ୍କୁ ମଧ୍ୟ ରଖାଯାଇ ନାହିଁ।

Leave A Reply

Your email address will not be published.