ବିରୋଧୀ ଏକତା ପାଇଁ ନୀତିଶଙ୍କ ବଡ଼ ଅଭିଯାନ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଦଳଗୁଡିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରମ୍ଭ କରିଛନ୍ତି ବଡ଼ ଅଭିଯାନ, ଏହିକ୍ରମରେ ଆଜି ଗୋଟିଏ ଦିନରେ ସେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସର ସର୍ବମୟୀ ନେତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ନୀତିଶ କୁମାର ପ୍ରଥମେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଅଖିଳେଶ ଯାଦବଙ୍କୁ ଭେଟିବେ ଓ ସେଠାରୁ ସେ ପଶ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଭେଟି ବିରୋଧୀ-ଏକତା ପ୍ରସଙ୍ଗରେ ଆଲୋଚନା କରିବେ। କାର୍ଯ୍ୟକ୍ରମ ରହିଛି ।

ନୀତିଶ କୁମାର ପୂର୍ବରୁ ୧୦ଦିନ ତଳେ ବିରୋଧୀ ଏକତା ନେଇ ବଡ ଘୋଷଣା କରିଥିଲେ, ସାରା ଦେଶ ଗସ୍ତକରି ସେ ବିରୋଧୀ ଏକତା ଉପରେ ଫୋକସ କରିବେ ବୋଲି କହିଥିଲେ। ଏବାବଦରେ ଦିଲ୍ଲୀରେ ସମସ୍ତଙ୍କ କଥାବାର୍ତ୍ତା ସରିଛି ଓ କଂଗ୍ରେସ ମଧ୍ୟ ଏଥିରେ ସହମତ ଥିବା ନୀତିଶ କହିଥିଲେ । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଭିନ୍ନ ଆଞ୍ଚଳିକ ଦଳର ନେତା ଅଣଏନଡିଏ ମେଂଟର ରାଜନୈତିକ ଦଳ ମଧ୍ୟରେ ଏକତା ଆଣିବାକୁ ସେ ଉଦ୍ୟମ କରୁଛନ୍ତି ବୋଲି ନୀତିଶ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ

ଏନସିପି ମୁଖ୍ୟ ଶରଦ ପାୱାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ବିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ବିରୋଧୀ ଏକତା ପାଇଁ ଉଦ୍ୟମ ଚଲାଇ ଆସୁଛନ୍ତି ।

Leave A Reply

Your email address will not be published.