ନକ୍ସଲମାନେ ସିନ୍ଦେଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ (?)

ମହାରାଷ୍ଟ୍ର ବିଧାନସଭାର ୨ ସିନ୍ଦେ ସପକ୍ଷବାଦୀ ବିଧାୟକ ଏକ ଚାଞ୍ଚଲ୍ଯକର ବୟାନକୁ ଦେଇ କହିଛନ୍ତି ଯେ ଯେବେ ଏକନାଥ ସିନ୍ଦେଙ୍କୁ ନକ୍ସଲମାନଙ୍କଠାରୁ ହତ୍ୟା ଧମକ ମିଳିଥିଲା ସେତେବେଳେ ତାଙ୍କୁ ଜେଡ ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ମନା କରିଦେଇଥିଲେ।

ସିନ୍ଦେ ଗୋଷ୍ଠୀର ବିଧାୟକ ଶମ୍ଭୁରାଜ ଦେଶାଇ ଏହି ନୂଆକଥା ଖୁଲାସା କରି କହିଛନ୍ତି ଯେ ତାଙ୍କୁ ଫୋନକରି ନିଜେ ଉଦ୍ଧବ ଥାକରେ ଏକଥା କହିଥିଲେ।

ସିନ୍ଦେ ସପକ୍ଷବାଦୀଙ୍କ ପକ୍ଷରୁ କୁହାଯାଇଛି ଯେ ନକ୍ସଲପ୍ରବଣ ଗଡଚିରୋଳିର ଦାୟିତ୍ୱ ସିନ୍ଦେଙ୍କ ଉପରେ ନ୍ଯସ୍ତ ଥିବା ହେତୁ ପୋଲିସ ଗୁଳିରେ ୨୬ ନକ୍ସଲବାଦୀ ନିହତ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରିବା ପାଇଁ ନକ୍ସଲମାନେ ମୁମ୍ବାଇରେ ପହଞ୍ଚିଥିବା ଖବର ପୋଲିସ ପକ୍ଷରୁ ତତ୍କାଳୀନ ଗୃହମନ୍ତ୍ରୀ ଦିଲୀପ ଓ୍ଵାଲସେ ପାଟିଲଙ୍କୁ ଜଣାଇ ଦିଆଯାଇଥିଲା, ମାତ୍ର ଥାକରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ।

ଏଭଳି ଏକ ଅଭିଯୋଗକୁ ମିଥ୍ୟା ମନଗଢା ଓ ଅମୂଳକ କହି ଖଣ୍ଡନ କରିଛନ୍ତି ମହାରାଷ୍ଟ୍ରର ତଦାନୀନ୍ତନ ଗୃହମନ୍ତ୍ରୀ ଶ୍ରୀ ପାଟିଲ।

ସେ କହିଛନ୍ତି ଯେ ସେତେବେଳେ ସିନ୍ଦେ ଶିବସେନାରେ ଥିଲେ, ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଥାକରେ ମନା କରିବେ କାହିଁକି, ଅଧିକନ୍ତୁ ମନ୍ତ୍ରୀ ଭାବେ ଗଡଚିରୋଳି ଦାୟିତ୍ୱରେ ଥିବା ହେତୁ ସିନ୍ଦେଙ୍କୁ ଯଥେଷ୍ଟ ଅଧିକ ପୋଲିସ ସୁରକ୍ଷା ଯୋଗାଇ ଦିଆ ଯାଉଥିଲା।

Leave A Reply

Your email address will not be published.