ଆସାମରେ ଲେଡି ସିଂଘମ ଭାବେ ଜଣାଶୁଣା ପୋଲିସ ସବ ଇନିସ୍ପେକ୍ଟର ଜୁନମନି ରାଭଙ୍କର ଗତକାଲି ରାତି 07:30 ସମୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନିଜ କର ଚଳାଇ ପୋଷାକରେ ଯାଉଥିବା ବେଳେ କାଳିଆବୋର ସବଡ଼ିଭିଜନର ଜଖାଲାବନ୍ଧ ଥାନା ଅନ୍ତର୍ଗତ ସାରୁଭୁଗିଆ ଗ୍ରାମ ନିକଟରେ ଏକ କଣ୍ଟେନର ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁଃସାହସିନୀ ପୋଲିସ ଅଧିକାରିଣୀଙ୍କ ଜୀବନର ଅନ୍ତ ଘଟିଛି । ଉତ୍ତରପ୍ରଦେଶର ଆସୁଥିବା ଏହି ଟ୍ରକକୁ ପୋଲିସ ଜବତ କରିଛି, ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଭାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏତେ ରାତିରେ କାହାକୁ କିଛି ନଜଣାଇ ଏକାକୀ ସେ ନିଜେ ଗାଡି ଚଳାଇ ଉପାସ ଆସାମକୁ କାହିଁକି ଯାଉଥିଲେ, ତାହା ଜଣାପଡିନାହିଁ । ଏବେ ସେ ମୋରିକୋଲାଙ୍ଗ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟକରୁଥିଲେ । ଗୁଣ୍ଡ ମାଫିଆଙ୍କୁ ଶବ୍ଦ କରି ଦବଙ୍ଗ ପୋଲିସ ଅଧିକାରୀ ଭାବେ ସେ ସାଧାରଣରେ ଲୋକପ୍ରିୟ ଥିଲେ । ଗତ ବର୍ଷ ମଇ ମାସରେ ଏକ ଜାଲିଆତି ମାମଲାରେ ସେ ତାଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁଏକଂକୁ ଗିରଫ କରି ଚର୍ଚା ପରିସରକୁ ଆସିଥିଲେ । ପର ମାସରେ ତାଙ୍କୁ ଏକ ଦୁର୍ନୀତି ମାମଲାରେ ଫସାଇ ନିଲମ୍ବିତ କରାଯାଇଥିଲା ଓ ତଦନ୍ତରେ ସେ ନିର୍ଦୋଷ ସାବ୍ୟସ୍ଥ ହୋଇଥିଲେ ।