ମୁସଲମାନ ମହିଳା ନିର୍ବାଚନ ଲଢିବାକୁ ଶାହି ଇମାମଙ୍କ ବିରୋଧ

ହିଜାବକୁ ନେଇ ଇରାନରେ ଚାଲିଥିବା ମହିଳାମାନଙ୍କର ଜୋରଦାର ଆନ୍ଦୋଳନ ସଫଳ ହେବାକୁ ଯାଉଛି, ଖୁବଶୀଘ୍ର ସେଠାରେ ମହିଳାଙ୍କୁ ହିଜାବରୁ ମୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଗୁଜରାଟରେ ଅହମ୍ମଦାବାଦ ଜାମ୍ମା ମସଜିଦର ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି ହିଜାବ ସପକ୍ଷରେ ବଡ଼ ଵୟାନ ଦେଇ କହିଛନ୍ତି ଯେ ନିର୍ବାଚନରେ ମୁସଲମାନ ମହିଳାମାନଙ୍କୁ ପ୍ରାର୍ଥୀ କରାଯିବା ଫଳରେ ସେମାନେ ହିଜାବ ରଖୁ ନାହାନ୍ତି, ଏହାକୁ ଇସଲାମ ବିରୋଧୀ ବୋଲି ସେ କହିଛନ୍ତି। ହିଜାବ ପ୍ରସଙ୍ଗରେ ଏଏନଆଇକୁ ସାକ୍ଷାତକାର ଦେଇ ଶାହି ଇମାମ ସିଦ୍ଦିକି କହିଛନ୍ତି ଯେ, ନିର୍ବାଚନରେ ​​ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ। ଏମାନେ ଇସଲାମକୁ ଦୁର୍ବଳ କରୁଛନ୍ତି। ସେମାନେ ନିର୍ବାଚନୀ ମୈଦାନକୁ ଆସିଗଲେ, ଆମେ ହିଜାବକୁ ସୁରକ୍ଷିତ ରଖିପାରିବୁ ନାହିଁ।

Leave A Reply

Your email address will not be published.