ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ଆଜି ସକାଳ ୮.୧୫ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶ୍ବାସପ୍ରଶ୍ବାସରେ ଅସୁବିଧା ହେବା ସହିତ ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବିଷୟ ଡାକ୍ତରଖାନାସୂତ୍ରରୁ ପ୍ରକାଶ।
ଭୂମିପୂତ୍ର ଭାବରେ ସାରା ଦେଶରେ ଲୋକପ୍ରିୟ ଥିଲେ ସେ, ପୂର୍ବରୁ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଉତ୍ତର ପ୍ରଦେଶ ଏବଂ ଜାତୀୟ ରାଜନୀତିରେ ମୁଲୟମ ସିଂହ ଯାଦବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ, ଜରୁରୀ ପରିସ୍ଥିତି ବେଳେ ଗଣତନ୍ତ୍ରର ପ୍ରମୁଖ ସୈନିକ ଭାବେ ସେ ଏହାର ବିରୋଧ କରିଥିଲେ।
କଂଗ୍ରେସର ଦଳ ପକ୍ଷରୁ ମୁଲିୟମ ସିଂହଙ୍କ ବିୟୋଗକୁ ଜାତୀୟ କ୍ଷତି ଭାବେ ବର୍ଣନା କରି ଏହାକୁ ଏକ ଅପୁରଣୀୟ ଶୁନ୍ୟସ୍ଥାନ ଭାବେ ଅଭିହିତ କରାଯାଇଛି।