ମୋଦିଙ୍କ ସାନ ଭାଇ ହସ୍ପିଟାଲରେ ଭର୍ତ୍ତି, ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର: ଅସୁସ୍ଥତା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କିଡ୍‌ନୀ ଜନିତ ସମସ୍ୟା ଯୋଗୁଁ ପ୍ରହ୍ଲାଦ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଭାଇଙ୍କ ଅସୁସ୍ଥତା ଖବର ଶୁଣି ମୋଦି ହସପିଟାଲ ଯାଇଛନ୍ତି।

ପ୍ରହ୍ଲାଦ ହେଉଛନ୍ତି ମୋଦିଙ୍କ ଚତୁର୍ଥ ସାନ ଭାଇ। ପ୍ରହ୍ଲାଦଙ୍କର ଅହମଦାବାଦରେ ଏକ ଦୋକାନ ଥିବା ବେଳେ ଆଉ ଏକ ଟାୟାର ଶୋ ରୁମ୍‌ ମଧ୍ୟ ରହିଛି। ମୋଦିଙ୍କର ଜଣେ ଭଉଣୀ ଏବଂ ୩ ଜଣ ଭାଇ ରହିଛନ୍ତି। ସୋମା ମୋଦି ନରେନ୍ଦ୍ର ମୋଦିଙ୍କ ବଡ ଭାଇ। ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ। ଏବେ ସେ ଅହମଦାବାଦରେ ଏକ ଜରାଶ୍ରମ ଚଲାଉଛନ୍ତି। ମୋଦିଙ୍କ ଦ୍ୱିତୀୟ ବଡ ଭାଇଙ୍କ ନାମ ଅମୃତ ମୋଦି। ସେ ଏକ ପ୍ରାଇଭେଟ କମ୍ପାନୀରେ ମେସିନ ଅପରେଟର ଭାବେ କାମ କରୁଥିଲେ।

Leave A Reply

Your email address will not be published.