ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି : ଅମିତ ଶାହା

୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ପୁଣିଥରେ କେନ୍ଦ୍ରରେ ସରକାର ଗଢିବ ଓ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଗାମୀ ନିର୍ବାଚନ ପୂର୍ବାନୁମାନ ଉପରେ ଦିଲ୍ଲୀରେ ଅନୁଷ୍ଠିତ ଏକ କନକ୍ଲେଭ୍‌ରେ ଅଂଶଗ୍ରହଣ କରି ଶାହ କହିଛନ୍ତି, ମୋଦୀଙ୍କ ବିଜେପି ସରକାର କ୍ଷମତାକୁ ଆସିବା ପରେ ଜାମ୍ମୁ କାଶ୍ମୀର, ଉତ୍ତରପୂର୍ବ ରାଜ୍ୟ ସମୂହ ଓ ନକ୍ସଲ ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭାରତର କେତେକ ସୀମାନ୍ତ ଅଞ୍ଚଳକୁ ଚୀନ ବଳପୂର୍ବକ ମାଡି ଆସିଥିବା ପ୍ରସଙ୍ଗକୁ ନଯାଇ, ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କଥା ଉଲ୍ଲେଖ କରି ଶ୍ରୀ ଶାହ କହିଲେ ଯେ ଏହା ପରଠାରୁ କୌଣସି ବିଦେଶୀ ଶକ୍ତି ଆମଦେଶର ଆଭ୍ୟନ୍ତରୀଣ ବ୍ଯାପାରରେ ମୁଣ୍ଡ ଖେଳାଇବାକୁ ସାହସ କରୁନାହାନ୍ତି।

ଦେଶର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା ଭିତରେ ତାଙ୍କର ହୃଦ୍‌ବୋଧ ହୋଇଛି ଯେ ୨୦୧୯ ନିର୍ବାଚନ ଫଳାଫଳ ଠାରୁ ଅଧିକ ଆସନରେ ଜୟଲାଭ କରି ୨୦୨୪ରେ ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣିଥରେ ସରକାର ଗଠନ କରିବ।

Leave A Reply

Your email address will not be published.