ମୋଦି ଭାରତ ସହ ବିଶ୍ବାସଘାତ କରିଛନ୍ତି : ସ୍ଵାମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଡା ଆକ୍ଷେପ କରିଛନ୍ତି ବିଜେପିର ବରିଷ୍ଠ ନେତା, ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ଭାରତର ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ଚୀନର ବୋଲି ଦର୍ଶାଇ ସଂଘାଇ ସହଯୋଗ ସମ୍ମିଳନୀ (ଏସସିଓ)ରେ ରାଷ୍ଟ୍ରପତି ଜିନପିଙ୍ଗ ଯେଉଁ ମାନଚିତ୍ର ପ୍ରଦର୍ଶନ କରିଥିଲେ, ତାହାକୁ ବିରୋଧ ନକରି ପ୍ରଧାନମନ୍ତ୍ରୀ ମୋଦି ଭାରତର ଜାତୀୟ ସ୍ବାର୍ଥ ପ୍ରତି ବିଶ୍ବାସଘାତକତା ବୋଲି ସ୍ବାମୀ କହିଛନ୍ତି। ରୁଷିଆ ମଧ୍ୟ ଚୀନର ଏପରି ମାନଚିତ୍ରକୁ ନେଇ ଆପତ୍ତି ଉଠାଇବା ପରିବର୍ତ୍ତେ ନିଜ ମାନଚିତ୍ରରେ ଚୀନ ଦ୍ବାରା ପ୍ରଦର୍ଶନ କରାଯାଇଥିବା ଏହି ଅଂଶକୁ ଚୀନର ମୂଳଅଂଶ ବୋଲି ଦେଖାଇଛି ବୋଲି ସ୍ଵାମୀ କହିଛନ୍ତି। ଉଜବେକିସ୍ତାନରେ ହୋଇଥିବା ଏହି ଏସସିଓ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋଦି ସାକ୍ଷାତ କରିଥିଲେ ।

Leave A Reply

Your email address will not be published.