4 ବର୍ଷର ଶିଶୁ କନ୍ୟାକୁ ଅପହରଣ ପରେ ଦୁଷ୍କର୍ମ, ଦେହରେ ଥିଲା କାମୁଡ଼ା ଦାଗ

4 ବର୍ଷର ଶିଶୁ କନ୍ୟାକୁ ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ ଏବଂ ପରେ ଅଳିଆ ଗଦାରେ ଫିଙ୍ଗିଦେବା ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପରି ଏକ ଘଟଣା ଘଟିଛି ରାଜସ୍ଥାନର ଜୟପୁର ଜିଲ୍ଲା କରାଉଲି ସ୍ଥିତ ହିନ୍ଦୁଆନ ସିଟି ପୋଲିସ ଷ୍ଟେସନ ନିକଟସ୍ଥ ଅଂଚଳରେ । ସୂଚାନୁସାରେ ଶିଶୁ କନ୍ୟାର ବାପା ପ୍ରଥମେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସେମାନେ ନିଜ ପରିବାର ସହ ଛାତ ଉପରେ ସୋଇଥିବା ବେଳେ ତାଙ୍କ କୁନି ଝିଅକୁ କେହି ଜଣେ ବ୍ୟକ୍ତି ଅପହରଣ କରିନେଇଥିଲେ । ଝିଅ ନିଖୋଜ ଥିବା ଜାଣି ରାତି 3 ତା ସମୟରେ କୁନି ଝିଅର ପିତା ନିକଟସ୍ଥ ପୋଲିସ ଷ୍ଟେସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କ କଥାକୁ ଶୁଣିନଥିଲା। ପରେ ଦ୍ୱିତୀୟ ଦିନ ରକ୍ତାକ୍ତ ଅବସ୍ଥାରେ କୁନି ଝିଅଟି ଏକ ଅଳିଆ ଗଦା ନିକଟରେ ମିଳିଥିଲା। ତା ଦେହରେ କାମୁଡ଼ା ଦାଗ ଥିଲା ବୋଲି କହିଛନ୍ତି କୁନି ଝିଅର ବାପା । ସଙ୍ଗେ ସଙ୍ଗେ କୁନି ଝିଅକୁ ନେଇ ଜୟପୁର ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଏବେ ତାର ଚିକିତ୍ସା ଚାଲିଛି ବୋଲି ସୂଚନା ମିଳିଛି । ପରେ ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ଅପରାଧୀକୁ ଧରିବାରେ ସଫଳ ହୋଇଥିଲା । ଅପରାଧୀ ଜଣକ ଅଜିତ ଯୋଗୀ ବୋଲି ଜଣାପଡିଛି, ଯିଏ ବସ କଣ୍ଡକ୍ଟର ଭାବେ କାମ କରେ ଏବଂ ସେ ନିୟମିତ ଡ୍ରଗ ବ୍ୟବହାର କରେ ବୋଲି ସୂଚନା ଦେଇଛି ପୋଲିସ ।

Leave A Reply

Your email address will not be published.