ମନା କରୁଥିଲେ ମନ୍ତ୍ରୀହେବେନି : ସିନ୍ଦେଙ୍କ ତଳେ ଉପମୁଖ୍ଯମନ୍ତ୍ରୀ ହେଲେ ଫଡନାଭିସ

ଆଜି ସଂଧ୍ୟାରେ ମହାରାଷ୍ଟ୍ର ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ, କିଛି ସମୟ ପୂର୍ବରୁ ସମ୍ବାଦିକ ସମ୍ମିଳନୀରେ ନୂଆ ମନ୍ତ୍ରୀମଣ୍ଡଳରେ ନରହିବାକୁ ଘୋଷଣା କରିଥିବା ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିଜ ନିଷ୍ପତ୍ତି ବଦଳାଇ ସିନ୍ଦେଙ୍କ ଉପମୁଖ୍ଯମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଆଖି ରଖିଥିଲେ ସେ, ହେଲେ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଚାପରେ ଉପମୁଖ୍ଯମନ୍ତ୍ରୀ ହେଲେ।

ଏହା ଉପରେ ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ କରି କହିଛନ୍ତି ଯେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁରୋଧ ରକ୍ଷାକରି ମନ୍ତ୍ରୀମଣ୍ଡଳରେ ଯୋଗ ଦେବାକୁ ସମ୍ମତ ହୋଇ ଫଡନାଭିସ ନିଜ ବିଶାଳ ହୃଦୟର ପରିଚୟ ଦେଇଛନ୍ତି ।

ହେଲେ ପୂର୍ବରୁ ୨ଥର ମୁଖ୍ୟମନ୍ତ୍ରୀ ଥିବା ଓ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ପାଗ ଭିଡିଥିବା ଜଣେ ନେତା ଅନ୍ୟଜଣେ ଅପେକ୍ଷାକୃତ ଅପ୍ରସିଦ୍ଧ ନେତଙ୍କ ଅଧୀନରେ ଉପମୁଖ୍ଯମନ୍ତ୍ରୀ ହେବା କିଭଳି କଟା ଘା’ରେ ଲୁଣଛିଟା ଦେବା ଭଳି କଥା, ସେକଥା କେବଳ ଫଡନାଭିସ ହିଁ ଜାଣୁଥିବେ !

Leave A Reply

Your email address will not be published.