ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ରାଜ୍ୟରେ ଦଳର ନେତୃତ୍ୱ ନେବାକୁ ବାଛିଛନ୍ତି ହାଇକମାଣ୍ଡ। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ହଠାତ ଆଜି ଏପରି ନିଷ୍ପତ୍ତି ନେଇଛନ୍ତି ହାଇକମାଣ୍ଡ। ସମୀରଙ୍କୁ ସଭାପତି ପଦରୁ ହଟାଇବା ପାଇଁ ଗତ କିଛିଦିନ ହେବ ଉଦ୍ୟମ ହୋଇଆସୁଥିଲା ଓଡିଶା ସମେତ ରାଜସ୍ଥାନ, ଦିଲ୍ଲୀ ଓ ବିହାରରେ ମଧ୍ୟ ସଭାପତି କରାଯାଇଛି।
ଦଳୀୟ।ସୂତ୍ରରୁ ଜଣାପଡିଛି ଯେ ରାଜସ୍ଥାନରେ ସତୀଶ ପୁନିଆଙ୍କ ଯାଗାରେ ସିପି ଜୋଶୀଙ୍କୁ ସଭାପତି କରାଯାଇଛି। ଦିଲ୍ଲୀରେ ବୀରେନ୍ଦ୍ର ସଚଦେବ ଓ ବିହାରରେ ସମ୍ରାଟ ଚୌଧୁରୀଙ୍କୁ ଦଳର ରାଜ୍ୟ ସଭାପତି କରାଯାଇଛି।
Next Post