ଗତକାଲି ହୁଗୁଳୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରେଳ ଫ୍ଲାଇଓଭର ଉଦ୍ଘାଟନ କରିବାକୁ ନେଇ ବିଜେପି ସାଂସଦ ଲକେଟ ଚାଟାର୍ଜୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ ଏଥିପାଇଁ କେନ୍ଦ୍ର ସରକାର 13 କୋଟି 35 ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦେଇଛନ୍ତି, ଭାରତ ସରକାରଙ୍କ ଫ୍ରେଟ କର୍ପୋରେସନ ମଧ୍ୟ ଅଧିକ 13 କୋଟି 35 ଲକ୍ଷ ଟଙ୍କା ଦେଇଛନ୍ତି : କେନ୍ଦ୍ରରୁ ମୋଟ 23 କୋଟି 70 ଲକ୍ଷ ଟଙ୍କା ଏଥିପାଇଁ ମିଳିଥିବା ସତ୍ୱେ ଫ୍ଲାଇଓଭର ଉଦଘାଟନ ଉତ୍ସବକୁ ଭାରତ ସରକାରଙ୍କ କୌଣସି ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାନଯିବା ସଂଘୀୟ ଗଣତନ୍ତ୍ର ଉପରେ ଏକ ପ୍ରକାର ଆକ୍ରମଣ ବୋଲି ଆରୋପ କରିଛନ୍ତି ଶ୍ରୀମତୀ ଚାଟାର୍ଜୀ । ଫ୍ଲାଇଓଭର ପାଇଁ ରାଜ୍ୟ ସରକାର 18 କୋଟି 16 ଲକ୍ଷ ଟଙ୍କା ଦେଇଥିବା ପ୍ରକାଶ କରି ହୁଗୁଳୀ ସାଂସଦ କହିଛନ୍ତି ଯେ ମମତା ବାନାର୍ଜୀ ରାଜ୍ୟରେ ଆରମ୍ଭ ହେଉଥିବା ପ୍ରକଳ୍ପ ଗୁଡିକରେ କେନ୍ଦ୍ରର ଅବଦାନ ବିଷୟ ଲୁଚାଇ ସବୁଥିରେ ନିଜର ଷ୍ଟିକର ଲଗାଇ ନିଜ ପ୍ରଚାରରେ ମାତିଛନ୍ତି ।