ଉଜବେକିସ୍ତାନର ସମରକନ୍ଦରେ ଚଳିତ ମାସ ୧୪ ତାରିଖ ଠାରୁ ତିନିଦିନିଆ ସାଂଘାଇ କୋପରେଶସ ଅର୍ଗାନାଇଜେଶନ (ଏସ୍ସିଓ) ସମ୍ମିଳନୀ ଆରମ୍ଭ ହୋଇଯାଇଛି ।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେଇଛନ୍ତି ।
2001 ଏହି ସମିଳନୀ ଆରମ୍ଭ ହୋଇଥିଲା ଏଥିରେ ଚୀନ, କାଜିକସ୍ତାନ, କିର୍ଗିସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ମାନ ରାଷ୍ଟ୍ର ଯୋଗଦେଇଥିଲେ ।
ଭାରତ ଓ ପାକିସ୍ତାନ ୨୦୧୭ରେ ପୂର୍ଣ୍ଣ ସଦସ୍ୟତା ହାସଲ କରିଥିଲେ ।
୨୦୧୯ରେ କିର୍ଗିସ୍ତାନରେ ଏହି ସମ୍ମିଳନୀ ହୋଇଥିଲା ।
୨୦୧୯ରେ କିର୍ଗିସ୍ତାନର ବିଶକେକ୍ରେ ୮ଟି ଦେଶର ନେତା ଏକତ୍ର ହୋଇଥିଲେ ।
୨୦୨୦ରେ ଏହି ବୈଠକ ମସ୍କୋରେ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା ।
ସେହିପରି ୨୦୨୧ରେ ଦୁଶାଂବେର ଆୟୋଜନରେ ହାଇବ୍ରିଡ ଜରିଆରେ ଆୟୋଜନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ ତାରିଖରେ ଏସ୍ସିଓ ବୈଠକ ପାଇଁ ଉଜବେକିସ୍ତାନ ପହଂଚିବେ ।
ଏହି ଅବସରରେ ସେ ରୁଷିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ରୁଷିଆ, ଉଜବେକିସ୍ତାନ ଓ ଇରାନ ସହିତ ମୋଦୀ ଦ୍ୱିପାକ୍ଷୀକ ଆଲୋଚନା କରି ଶୁକ୍ରବାର ରାତିରେ ଭାରତ ଫେରିଆସିବେ