ବହୁ ଚର୍ଚିତ ତଦନ୍ତ ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ (ପିଏଫଆଇ) ସଂପର୍କରେ କେତେକ ସାଂଘାତିକ ତଥ୍ୟ ତଦନ୍ତରୁ ଜଣାପଡ଼ିଛି ଜାତୀୟ ତଦନ୍ତକାରୀ ଏନଆଇଏ ସୁତ୍ରକୁ ଉଦ୍ଧାର କରି ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ଯେ,ସରକାରଙ୍କ ଦ୍ବାରା ନିଷିଦ୍ଧ ଘୋଷିତ ଏହି ସଂଗଠନରେ ରହିଛନ୍ତି ଅନେକ ସରକାରୀ, ବେସରକାରୀ କର୍ମଚାରୀ, ଇଂଜିନିୟର, ନେତା, ମନ୍ତ୍ରୀ ମଧ୍ୟ ସକ୍ରିୟ ଅଛନ୍ତି।
ଏବଂ ଏନଆଇଏ ତଦନ୍ତର ରିପୋଟ ଅନୁସାରେ ପିଏଫଆଇର ସଭାପତି ଓମା ସଲାମ କେରଳ ସରକାରଙ୍କ ଅଧିନସ୍ଥ କେରଳ ରାଜ୍ୟ ବିଦ୍ୟୁତ ବୋର୍ଡର ଜଣେ କର୍ମଚାରୀ।
ତେବେ ସେ ପିଏଫଆଇ ପରି ଏକ ସଂସ୍ଥାର ସଭାପତି ଥିବା ଜଣାପଡ଼ିବା ପରେ ୨୦୨୦ରେ ତାକୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।
ସେହିପରି ପିଏଫଆଇର ଉପ-ସଭାପତି ଅବଦୁଲ ରେହେମାନ ପୂର୍ବରୁ କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଏଣ୍ଡ ଟେକନଲୋଜୀର ଜଣେ ଲାଇବ୍ରେରିଆନ ଭାବେ କାର୍ଯ୍ୟ କରୁଥିଲେ।
ପିଏଫଆଇର ଜାତୀୟ ମହାସଚିବ ପି.କୋୟା ଜଣେ ସାମ୍ବାଦିକ ଥିଲେ ଏହା ପୂର୍ବରୁ ସେ ଜଣେ ଅଧ୍ୟାପକଭାବେ କାମ କରୁଥିଲେ ଏବଂ ସେ ୨୦୧୪ ଲୋକସଭା ନିର୍ବାଚନ ବି ଲଢିଥିଲେ ଏସଡିପିଆଇ ଟିକେଟରେ।
ଏହି ପରିଭାବେ ବହୁ ନାମିଦାମୀ ବ୍ୟକ୍ତି ବିଶେଷ ମାନ ବହୁ ପ୍ରକାର ସାମାଜିକ ସଂଗଠନ ଓ ରାଜନୈତିକ ଦଳରେ ପିଏଫଆଇ ଅନୁପ୍ରବେଶ କରିସାରିଥିଲା ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ବୁଧବାରଦିନ ପିଏଫଆଇକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଛନ୍ତି ।
ଏହା ସହିତ ପିଏଫଆଇର ସବୁ ଶାଖା ଗୁଡିକୁ ବି ନିଷିଦ୍ଧ କରାଯାଇଛି