ପଞ୍ଜାବରେ ଆଉଜଣେ ଭିନ୍ଦ୍ରେନଓ୍ଵାଲର ଉଦୟ : ହାତରେ ଖଣ୍ଡାଧରି ହଜାର ହଜାର ସମର୍ଥକଙ୍କ ଥାନା ଆକ୍ରମଣ

ଆଜି ଅମୃତସରରେ ଆତ୍ମଘୋଷିତ ନିହଙ୍ଗ ଧର୍ମଗୁରୁ ବିଦ୍ରୋହୀ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କ ହଜାର ହଜାର ସଶସ୍ତ୍ର ସମର୍ଥକ ଆଜନାଲାରେ ଥାନା ଉପରେ ଆକ୍ରମଣ କରିଛନ୍ତି ! ତାଙ୍କ ବିରୋଧରେ ଥାନାରେ ଦାୟର ହୋଇଥିବା ଏତାଲାକୁ ରଦ୍ଦ କରାଯିବାକୁ ଅମ୍ରିତପାଲ ଦାବି କରିବା ପରେ ଏଭଳି ଏକ ଆଭାବିତ ଦୃଶ୍ୟ ଦେଖିବାକୁ ମିଳିଛି ଅମୃତସରରେ। ଶ୍ରୀ ସିଂ ହେଉଛନ୍ତି ଖଲିସ୍ତାନୀ ସପକ୍ଷବାଦୀ ଦୀପ ସିଦ୍ଧୁଙ୍କ ଦ୍ଵାରା ପ୍ରତିଷ୍ଠିତ ‘ଓ୍ଵାରିଶ ପଞ୍ଜାବ ଦେ’ ସଙ୍ଗଠନର ସଭାପତି। ଗତବର୍ଷ ସିଦ୍ଧୁ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ଆଜି ସକାଳେ ଅମ୍ରିତପାଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଦାୟର ହୋଇଥିବା ଏତାଲା ଓ ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୋଫାନଙ୍କ ଗିରଫଦାରୀକୁ ବିରୋଧ କରି ହଜାର ହଜାର ନିହଙ୍ଗ ଆଜନାଲା ଥାନା ନିକଟରେ ପ୍ରଦର୍ଶନ କରିବାକୁ ଏକାଠି ହୋଇଥିଲେ। ପରେ ସେମାନେ ହିଂସ୍ର ହୋଇଉଠି ଥାନା ଉପରେ ଆକ୍ରମଣ କରି ଥାନାକୁ ଅଧିକାର କରିନେଇଥିଲେ।

Leave A Reply

Your email address will not be published.