କଂସର ବଂଶ ଲୋପ କରିବାକୁ ଜନ୍ମ ହୋଇଛନ୍ତି କେଜେରିଓ୍ଵାଲ

ଦିଲ୍ଲୀ ଆଆପ୍ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ବିଜୟା ଦଶମୀ ଦିନ ବୌଦ୍ଧ ମହାସଭାରେ ଯୋଗଦେଇ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିଓ୍ଵାଲଙ୍କୁ ଟାର୍ଗେଟ କରିଛି ବିଜେପି।

କେଜେରିଓ୍ଵାଲ ଗୁଜରାଟରେ ନିର୍ବାଚନ ମୈଦାନରେ ଜୋରସୋର ପ୍ରଚାର ଚଳାଉଥିବା ବେଳେ ଗତକାଲି ଅହମ୍ମଦାବାଦ, ରାଜକୋଟ, ସୁରଟ ଓ ଭଦୋଦରା ସହରରେ ତାଙ୍କୁ ହିନ୍ଦୁ ବିରୋଧୀ ଭାବେ ଚିତ୍ରଣ କରି ହଜାର ହଜାର ପୋଷ୍ଟର ଲଗାଯାଇଛି, ସେଥିରେ ସେ ଗୋଲଟୋପି ପିନ୍ଧିଥିବା ଛବି ରହିଛି।

ଏପରି ଅପପ୍ରଚାର ଉପରେ ହାମଲା କରି ଆଆପ୍ ସୁପ୍ରିମୋ କହିଛନ୍ତି ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମ ହୋଇଛନ୍ତି, ତାଙ୍କୁ ଭଗବାନ କୃଷ୍ଣ  ଦୁର୍ନୀତି ଭ୍ରଷ୍ଟାଚାର ଓ ଦଙ୍ଗାକାରୀଙ୍କୁ ଧ୍ଵଂସକରି କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି।

ସେ କହିଛନ୍ତି , “ଇଶ୍ବରଙ୍କ ଇଚ୍ଛା ପୂରଣ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ, ଭଗବାନ ମୋ ସହିତ ଅଛନ୍ତି – ଲୋକମାନେ ବି ମୋ ସହିତ ଅଛନ୍ତି ।

ଲୋକମାନେ ଏକ ପରିବର୍ତ୍ତନ ଚାହୁଁଛନ୍ତି, ଯେଉଁଥିପାଇଁ ସେମାନେ ଏତେ ବିବ୍ରତ ଅଛନ୍ତି ! “

Leave A Reply

Your email address will not be published.