କେଜେରି ରଖିଲେ କଥା : ପଞ୍ଜାବରେ ବିଜୁଳି ମାଗଣା

ସରକାର ଗଢିଲେ ଦିଲ୍ଲୀ ଭଳି ପଞ୍ଜାବରେ ଲୋକଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ସେବା ଯୋଗାଇ ଦେବାକୁ ନିର୍ବାଚନ ପ୍ରଚାର କାଳରେ ପ୍ରତିଶ୍ରୁତି ଦେଇଥିଲେ ଆପ୍ ପ୍ରମୁଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ପଞ୍ଜାବରେ ଆପ୍ ବିପୁଳ ବିଜୟ ହାସଲ କରି ସରକାର ଗଢିଛି ଓ ଦଳ ନିଜ ପ୍ରତିଶ୍ରୁତି ରକ୍ଷାକରି ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚକୁ ମାଗଣା ଘୋଷଣା କରିଛନ୍ତି ପଞ୍ଜାବର ଆପ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍।

ଏହି ସୁବିଧା ଜୁଲାଇ ୧ ତାରିଖରୁ ଲାଗୁ କରାଯାଇଛି।

ଏହାଦ୍ୱାରା ପଞ୍ଜାବର ୭୩ଲକ୍ଷ ପରିବାର ଉପକୃତ ହେବେ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ଏଥିସହ ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଉପରେ ବକେୟା ଥିବା ପୂର୍ବର ସମସ୍ତ ବିଜୁଳି ବିଲକୁ ଛାଡ଼ କରିଛନ୍ତି ପଞ୍ଜାବର ଆପ ସରକାର।

Leave A Reply

Your email address will not be published.