କେନ୍ଦ୍ରର ବିଜେପି ସରକାରକୁ ଧମକ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, କହିଛନ୍ତି ଯେ କିଛି କେନ୍ଦ୍ରମନ୍ତ୍ରୀ ଏଠାକୁ ଆସିବାରେ ଲାଗିଛନ୍ତି, ଯଦି ସେମାନେ ଏଠି ସରକାର ଭାଙ୍ଗିବା ଧନ୍ଦା ଆରମ୍ଭ କରିବା କଥା ମନରେ ରଖିଥାଆନ୍ତି ତେବେ ଏହାର ପରିଣତି କିଛି ଠିକ ହେବନାହିଁ, ତେଲେଙ୍ଗାନା ମହାରାଷ୍ଟ୍ର ନୁହେଁ । କେସିଆର କହିଛନ୍ତି ଯେ ତାଙ୍କ ସାଙ୍ଗେ ଲାଗିଲେ ସେ କେନ୍ଦ୍ରର ବିଜେପି ସରକାରକୁ ଭାଙ୍ଗିଦେବେ ! ବିଜେପି ଭାରତରେ ଯାହା କରୁଛି ସବୁ ଭୂଲ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନା ଗସ୍ତରେ ଆସିଥିବା ବେଳେ, ତାଙ୍କୁ ସ୍ଵାଗତ କରିବାକୁ ବିମାନ ବନ୍ଦର ଯାଇନଥିଲେ ମୁଖ୍ୟମନ୍ତ୍ରୀ କେସିଆର, ପୂର୍ବରୁ ୩ଥର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ବିମାନ ବନ୍ଦରକୁ ଯାଇ ତାଙ୍କୁ ସ୍ଵାଗତ କରିବାକୁ ଆବଶ୍ୟକ ମଣି ନାହାନ୍ତି ସେ ।

Prev Post
Next Post