ଦିଲ୍ଲୀର ପଟିଆଲା ହାଉସ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆଜି ଅପରାହ୍ନରେ ଉଗ୍ର କାଶ୍ମୀର ବିଚ୍ଛିନ୍ନତାବାଦୀ ୟାସିନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଜୋରିମାନା ପାଇଁ ଆଦେଶ ଦେଇଛନ୍ତି ।
ନେସନାଲ ଇଣ୍ଟେଲିଜେନସ୍ ଏଜେନ୍ସି ପକ୍ଷରୁ ଶ୍ରୀ ମଲ୍ଲିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ କୋର୍ଟରେ ଯୁକ୍ତି କରାଯାଇଥିଲା।
ଭାରତ ବିରୋଧରେ ଅପରାଧିକ ଷଡଯନ୍ତ୍ର ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ ଭଳି ସଙ୍ଗୀନ ଅଭିଯୋଗଯୋଗ ଥିଲା ୟାସିନଙ୍କ ବିରୋଧରେ।
କୋର୍ଟ ନିଜ ରାୟରେ, ମଲ୍ଲିକଙ୍କୁ ୨ଟି ଆଜୀବନ କରାବାସ, ୧୦ ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି ।