କର୍ଣ୍ଣାଟକ ବିଧାନସଭା ପାଇଁ ଗତ ୧୦ ତାରିଖରେ ହୋଇଥିବା ନିର୍ବାଚନର ଭୋଟଗଣତି ଚାଲୁରହିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୧୧୯ ଆସନରେ ଆଗରେ ଥିବା ବେଳେ ବିଜେପି ବହୁ ପଛରେ ଅଛି । ୨୨୬ ଆସନ ବିଶିଷ୍ଟ ବିଧାନସଭାରେ ୧୧୩ରୁ ଅଧିକ ଆସନରେ ବିଜୟୀ ହେବା ଦଳ ସରକାର ଗଢିବ, ସେ ଦୃଷ୍ଟିରୁ କଂଗ୍ରେସ ସେଠାରେ ସରକାରକୁ ଆସିବା ନିଶ୍ଚିତ ହୋଇଯାଇଛି।
ଝୁଲା ବିଧାନସଭା ହେଲେ ରାଜ୍ୟର ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିବା ଦଳକୁ ସମର୍ଥନ ଦେବ ବୋଲି ଗତକାଲି ଜେଡିଏସ୍ ଦଳ ପକ୍ଷରୁ କୁହାଯାଇଥିବା ବେଳେ ଆଜିର ଗଣତିରୁ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜୟୀ ହେବାର ସୂଚନା ମିଳୁଛି। କର୍ଣ୍ଣାଟକରେ ପରାସ୍ତ ହେବା ଫଳରେ ଦକ୍ଷିଣ ଭାରତରେ ବିଜେପିର ସ୍ଥିତାବସ୍ଥା ପ୍ରଭାବିତ ହେବ ବୋଲି କୁହାଯାଉଛି।

Prev Post