ସୁପ୍ରିମ କୋର୍ଟ ଓକିଲ ତଥା କର୍ଣ୍ଣାଟକରେ କଂଗ୍ରେସ ଦଳର ବରିଷ୍ଠ ନେତା ବ୍ରଜେଶ କଲପ୍ପା ଦଳରୁ ଇସ୍ତଫା ଦେଇଛନ୍ତି । 2013 ମସିହାରୁ ପ୍ରାୟ 10 ବର୍ଷ ଧରି ଗଣମାଧ୍ୟମରେ କଂଗ୍ରେସର ସ୍ୱର ପାଲଟିଥିବା ଶ୍ରୀ କଲପ୍ପା ଆବେଗଗତ କାରଣରୁ ଦଳ ତ୍ୟାଗ କରିଥିବା ଦର୍ଶାଇଛନ୍ତି । 2014 ଓ 2019 ନିର୍ବାଚନ ପରେ କଂଗ୍ରେସ ଦଳ ପ୍ରତିକୂଳ ରାଜନୈତିକ ପରିସ୍ଥିରେ ଗତି କରୁଥିବା ବେଳେ ସେ ଦଳକୁ ଗଣମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିଥିଲେ, ମାତ୍ର ଦଳ ତାଙ୍କୁ ଉପଯୁକ୍ତ ଗୁରୁତ୍ଵ ଦେଇନାହିଁ ! ସେ ଆମ ଆଦମୀ ପାର୍ଟିରେ ଯୋଗ ଦେଇ ପାରନ୍ତି।