ଲାଲୁଙ୍କୁ ଜେଲ ପଠାଇଥିବା ଜଜ୍ : ୫୯ ବର୍ଷରେ ବାହାହେଲେ ୫୦ ବର୍ଷୀୟା ଓକିଲଙ୍କୁ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ କରି ଜେଲ ପଠାଇଥିବା ତତ୍କାଳୀନ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଶିବ ପାଲ୍‌ ସିଂହ ୫୯ ବର୍ଷ ବୟସରେ ବିବାହ କରିଛନ୍ତି। ନିଜଠାରୁ ୯ ବର୍ଷ ସାନ ଜଣେ ଆଇନଜୀବୀ ଏବଂ ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ ସେ ବିବାହ କରିଛନ୍ତି। ଏଥିରୁ ବିଚାରପତି ଶ୍ରୀ ସିଂହଙ୍କର ବିଜେପି ସହିତ ଗୁପ୍ତ ସମ୍ପର୍କ ଥିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ସେ ଗୋଡ୍ଡା ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ୍ ଅଛନ୍ତି।୨୦୦୬ରେ ଶ୍ରୀ ସିଂହଙ୍କ ପତ୍ନୀ ବିୟୋଗ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ସେହିପରି ବିଜେପି ନେତ୍ରୀ ଅଧିବକ୍ତା ନୂତନଙ୍କ ସ୍ଵାମୀ କିଛିବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ତାଙ୍କର ମଧ୍ୟ ଗୋଟିଏ ଝିଅ ଅଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ବନ୍ଧ ଥିଲା ଓ ଏବେ ତାହା ବିବାହ ବନ୍ଧନରେ ପରିଣତ ହେଲା ବୋଲି କୁହାଯାଇଛି।

Leave A Reply

Your email address will not be published.