ଥମୁନି ନୂପୁର ଶର୍ମା ବିରୋଧୀ ପ୍ରଦର୍ଶନ

ଝାରଖଣ୍ଡ : ପ୍ରଫେଟ ମହମଦଙ୍କ ବିରୋଧରେ ବିଜେପିର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଥମୁନାହିଁ, ବରଂ ସ୍ଥାନେ ସ୍ଥାନେ ଏହା ହିଂସ୍ର ରୂପ ନେଉଥିବାର ଦେଖିବାକୁ ମିଳୁଛି। ନୂପୁର ଶର୍ମାଙ୍କ ଗିରଫ ଦାବିକୁ ନେଇ ଦିନକୁ ଦିନ ଜୋରସୋର ଆନ୍ଦୋଳନ ହେଉଥିବା ବେଳେ ଗତକାଲି ରାଞ୍ଚିରେ ଏହାର ଉଗ୍ର ହିଂସାତ୍ମକ ହୋଇଥିଲା । ଗତକାଲି ରାଞ୍ଚି ରାସ୍ତାରେ ବିକ୍ଷୋଭକାରୀମାନେ ନୂପୁର ଶର୍ମାଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ କ୍ରମଶଃ ହିଂସାକାଣ୍ଡରେ ପରିବର୍ତ୍ତନ ହୋଇଥିଲା, ଫଳରେ ଘଟଣାସ୍ଥଳରେ ପୋଲିସକୁ ଘଟଣାସ୍ଥଳରେ ଲାଠି ଚାର୍ଜ କରିବା ସହ ଫାଙ୍କା ଗୁଳି ଚାଳନା ମାଧ୍ୟ କରିବାକୁ ପଡିଥିଲା। ପ୍ରଦର୍ଶନକାରୀଙ୍କ ପଥରମାଡ଼ରେ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲା ବେଳେ ୨ ବିକ୍ଷୋଭକାରୀଙ୍କୁ ଗୁଳି ଲାଗିଥିଲା, ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ଆଜି ମୃତ୍ୟୁ ଘଟିଛି । ସେହିପରି ତେଲେଙ୍ଗାନାର ମେହେବୁବ ନଗରରେ ବିକ୍ଷୋଭକାରୀମାନେ ତ୍ରିରଙ୍ଗା ପତାକାରେ ଅଶୋକଚକ୍ର ବଦଳରେ କଲମା ଛବି ଆଙ୍କି ଉଡାଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ନମାଜ ପରେ ପ୍ରାୟ ୧୫୦ -୨୦୦ ବିକ୍ଷୋଭକାରୀ ସ୍ଥାନୀୟ ମସଜିଦ ରହମତ ବାହାରେ ଏପରି କାଣ୍ଡ କରିଥିବା ଜଣା ଯାଇଛି । କିଛି ବିଜେପି ନେତା ଓ କର୍ମୀ ଉଦ୍ଦେଶ୍ୟମୂଳକ ଭାବେ ପ୍ରଫେଟଙ୍କ ସମ୍ପର୍କରେ ନୂପୁରଙ୍କ ବୟାନକୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଓ ଭିଡିଓ ଜାରି କରୁଥିବା ମଧ୍ୟ ଦେଖାଯାଉଛି ।

Leave A Reply

Your email address will not be published.