ଧନଖଡ ହେଲେ ଉପରାଷ୍ଟ୍ରପତି

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଆଜି ନିର୍ବାଚିତ ହୋଇଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ, ମିଳିତ ବିରୋଧୀ ଦଳ ପ୍ରାର୍ଥିନୀ ମାର୍ଗାରେଟ୍ ଆଲଭାଙ୍କୁ ସେ ୩୪୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ୭୨୫ ଜଣ ସାଂସଦ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୫୨୮ ଜଣ ଧନଖଡଙ୍କୁ ସମର୍ଥନ କରିଥିଲେ ।

 

୧୯୮୯ରେ ଜନତା ଦଳ ପ୍ରାର୍ଥୀ ଭାବେ ଧନଖଡ ପ୍ରଥମ ଥର ରାଜସ୍ଥାନର ଝୁନଝୁନୁ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ । ୧୯୯୩ରେ ସେ କିଶନଗଡ଼ ଆସନରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇ ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ୫ ବର୍ଷ ବିଧାୟକ ରହିଥିଲେ । ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

Leave A Reply

Your email address will not be published.