ଆଆପ୍ ସୁପ୍ରିମୋ ଅରବିନ୍ଦ କେଜେରିବାଲ ଆଜି ସଂଧ୍ୟାରେ ଦଳର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ୪୦ ବର୍ଷ ବୟସ୍କ ଲୋକପ୍ରିୟ ଟେଲିଭିଜନ ସାମ୍ବାଦିକ ଇଶୁଦନ ଗାଧବୀଙ୍କ ନାମ ଘୋଷଣା କରିଛନ୍ତି। ଶ୍ରୀ ଗୋଧବୀ ଗୋଦଭୀ ଗୁଜରାଟୀ ଟେଲିଭିଜନ ଚାନେଲ ଭିଟିଭିର ସମ୍ପାଦକ ଥିଲେ, ଏହି ଚାନେଲରେ ପ୍ରତିଦିନ ସଂଧ୍ୟାରେ ପ୍ରସାରିତ ତାଙ୍କର ‘ମହାମନ୍ଥନ’ ସମ୍ବାଦ ସମୀକ୍ଷା କାର୍ଯ୍ୟକ୍ରମ ରାଜ୍ୟରେ ବହୁତ ଲୋକପ୍ରିୟ ଥିଲା। ଗତବର୍ଷ ଇଶୁଦନ ଭିଟିଭିରୁ ଇସ୍ତଫା ଦେଇ ଆଆପ ଦଳରେ ଯୋଗଦେଇଥିଲେ, ସମ୍ପ୍ରତି ସେ ଦଳର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ଅଛନ୍ତି୍।