ମୁମ୍ବାଇ ବିମାନବନ୍ଦରରେ କ୍ରିକେଟ ଅଲରାଉଣ୍ଡର ଇରଫାନ ପଠାନଙ୍କ ପ୍ରତି ବିମାନବନ୍ଦର କର୍ମଚାରୀମାନେ ଅପମାନ ଓ ଖରାପ ବ୍ଯବହାର କରିଥିବା ଅଭିଯୋଗ କରିଛନ୍ତି ଇରଫାନ।
ତାଙ୍କ ସହିତ ତାଙ୍କ ପତ୍ନୀ, ଦୁଇ ପୁଅ ଓ ଝିଅ ଥିଲେ, ଏସିଆ କପର ଭାଷ୍ୟକାର ଟିମରେ ସାମିଲ ହୋଇଥିବାରୁ ସେ ଦୁବାଇ ଯାତ୍ରା କରୂଥିଲେ ।
ଭିସ୍ତାରା ପକ୍ଷରୁ ମିଳିଥିବା ଟିକେଟରେ ହେରଫେର କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ, ଆଉ ଏହି ସମସ୍ୟାର ସମାଧାନ କରିବାକୁ ଦେଢ ଘଣ୍ଟା ଧରି ତାଙ୍କୁ କାଉଣ୍ଟରରେ ଛିଡା କରାଇ ରଖାଯାଇଥିଲା।
ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟ କେତେକ ଯାତ୍ରୀଙ୍କର ମଧ୍ୟ ସେହି ସମାନ ସମସ୍ୟା ହୋଇଥିଲା ବୋଲି ଉଲ୍ଲେଖ କରି ସେ ପ୍ରଶ୍ନ କରିଛନ୍ତି ଯେ ଆବଶ୍ୟକ ସିଟ୍ ଠାରୁ କିଭଳି ଅଧିକ ଟିକେଟ ବିକ୍ରି ହୋଇଥିଲା ଏବଂ ମ୍ୟାନେଜମେଣ୍ଟ ଏହାକୁ କିଭଳି ଅନୁମତି ଦେଲା !!