ଈରାନରେ ହିଜାବ ବିରୋଧରେ ପ୍ରଦର୍ଶନ ଘନେଇବାକୁଲାଗିଛି ।
ଇରାନୀ ମହିଳା ମହସା ଅମିନିଙ୍କ ମୃତ୍ୟୁ ପରେ ସାରା ଦେଶରେ ବିଦ୍ରୋହ ଦେଖାଦେଇଛି ଧୀରେଧୀରେ ଏହି ବିଦ୍ରୋହ ହିଂସାର ରୂପ ନବାକୁ ଲାଗିଛି ।
ମହିଳାମାନେ ହିଜାବ ଜଳାଇ, ଚୁଟି କାଟି ବିଦ୍ରୋହରେ ସାମିଲ ହବାରେ ଲାଗିଛନ୍ତି ।
ଏହି ବିକ୍ଷୋଭ ଏବେ ରାଜଧାନୀ ତେହରାନ ସମେତ ଅନ୍ୟ ବଡ ବଡ ସହରକୁ ବ୍ୟାପିବାରେ ଲାଗିଛି କୁହାଯାଉଛି ଯେ ଏବେଯାଏଁ ହୋଇଥିବା ବିରୋଧରେ ଏହା ହେଉଛି ସବୁଠାରୁ ବଡ ଧରଣର ବିକ୍ଷୋଭ ।
ଏହି ବିକ୍ଷୋଭ ଏବେ ସାରା ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି ମହିଳାଙ୍କ ଉପରେ ଈରାନ ସୁରକ୍ଷା ବଳ ପ୍ରୟୋଗ କରୁଥିବାରୁ ଏହାକୁ କଡା ନିନ୍ଦା କରିଛି ଜାତିସଂଘ ।
ଏଥିସହିତ ବିରୋଧ ପ୍ରଦର୍ଶନ ସମୟରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇସାରିଛି ୨ଶହରୁ ଅଧିକ ମହିଳା ଗୁରୁତର ଆହତ ହୋଇଛନ୍ତି ଏହାସହ ୨୫୦ ମହିଳାଙ୍କୁ ଗିରଫ କରାଯାଇଛି
।