ଭାରତର ଅନୁରୋଧକୁ ପ୍ରତ୍ଯାଖ୍ଯାନ କଲା ଇଣ୍ଟରପୋଲ

କାନାଡ଼ାରେ ରହୁଥିବା ଖଲିସ୍ଥାନ ବିଛିନ୍ନତାବାଦୀ ନେତା ଗୁରପତବନ୍ନ୍ତ ସିଂହ ପନ୍ନୁନଙ୍କ ପାଇଁ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଭାରତର ଅନୁରୋଧକୁ ଇଣ୍ଟରପୋଲ ପ୍ରତ୍ଯାଖ୍ଯାନ କରିଛି। ଗୁରୁପତବନ୍ତଙ୍କୁ ଆତଙ୍କବାଦୀ ଦର୍ଶାଇ ଭାରତ ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା, ତାହାର କୌଣସି ପ୍ରାମାଣିକତା ନଥିବା କହିଛି ଇଣ୍ଟରପୋଲ। କୌଣସି ବ୍ଯକ୍ତି ବିଶେଷଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ପାଇଁ ଯେଉଁସବୁ କାରଣ ଆବଶ୍ୟକ, ଭାରତ ପକ୍ଷରୁ କରାଯାଇଥିବା ଅନୁରୋଧରେ ତାହାକୁ ବିଭ୍ରାନ୍ତିକର ଭାବେ ଉଲ୍ଲେଖ କରାଯାଇଛି ବୋଲି ଇଣ୍ଟରପୋଲ ଦର୍ଶାଇଛି। ସ୍ଵାଧୀନତା ଓ ସ୍ଵତନ୍ତ୍ରତା ପାଇଁ ଆନ୍ଦୋଳନ କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀ ବା ବ୍ଯକ୍ତିବିଶେଷଙ୍କୁ ଆତଙ୍କବାଦୀ କୁହାଯିବା ଗ୍ରହଣୀୟ ନୁହେଁ ବୋଲି କହି ଭାରତର ଅନୁରୋଧକୁ ଇଣ୍ଟରପୋଲ ପ୍ରତ୍ଯାଖ୍ଯାନ କରିଦେଇଛି।

Leave A Reply

Your email address will not be published.