ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ଦେଇ ବିଜେପିରୁ ନିଲମ୍ବିତ ହୋଇ ସାରିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା, ମାତ୍ର ତାହାକୁ ନେଇ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତଜଲେଙ୍ଗାନା ସମେତ ସାରା ଭାରତର କେତେକ ରାଜ୍ୟରେ ବିକ୍ଷୋଭ ଓ ବିରୋଧ ଥମିବାର ନାଁ ଧରୁନାହିଁ !
ଏପରି ସମୟରେ ଏହାକୁ ନେଇ ସବୁ ଇସଲାମପ୍ରେମୀମାନଙ୍କୁ ଚକିତ କରିଦେବା ଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଶିଷ୍ଟ ବାଙ୍ଗ୍ଲାଦେଶୀ ଲେଖିକା ତସଲିମା ନସରୀନ !
ପ୍ରତିବାଦକାରୀ ମୁସଲମାନମାନଙ୍କୁ ଅନ୍ଧ, ପାଗଳ ଓ ନିର୍ବୋଧ ବୋଲି ଅଭିହିତ କରି ତସ୍ଲିମା କହିଛନ୍ତି, ଆଜି ଯେ ଆଜି ଯଦି ପ୍ରଫେଟ୍ ମହମ୍ମଦ୍ ବଞ୍ଚି ଥାଆନ୍ତେ, ତେବେ ସେ ନିଶ୍ଚୟ ସଂଖ୍ୟାଲଘୁମାନଙ୍କର ନିର୍ବୋଧତା ଦେଖି ହତବାକ୍ ହୋଇ ଯାଇଥାଆନ୍ତେ !
ସୂଚନାଯୋଗ୍ୟ ଯେ ନୂପୁରଙ୍କ ମନ୍ତବ୍ୟ ପାଇଁ ଆରବ ଉପସାଗରୀୟ ଦେଶଗୁଡିକ ସମେତ ତସଲିମାଙ୍କ ନିଜ ଜନ୍ମଭୂମି ବାଂଲାଦେଶରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି।
ଗତକାଲି ରାଜଧାନୀ ଢାକାରେ ହଜାର ହଜାର ଜନତା ପ୍ରତିବାଦ ପଦଯାତ୍ରା କରିଥିଲେ, ଜୁନ୍ ୧୬ ତାରିଖରେ ଭାରତୀୟ ଦୂତାବାସ ଘେରାଉ କରିବେ ବୋଲି ଡାକରା ଦେଇ ପ୍ରତିବାଦକାରୀମାନେ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ୍ ଦେଇଥିଲେ।