ଅଷ୍ଟ୍ରେଲିଆର ସିଡ୍ନିଠାରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଯାଇଚି । ଘଟଣାଟି ଗତ ସପ୍ତାହର ବୋଲି ଜଣାପଡିଛି । ଉତ୍ତରପ୍ରଦେଶର ଆଗ୍ରାରେ ଥିବା ତାଙ୍କର ପିତାମାତା ଅଷ୍ଟ୍ରେଲିଆ ଯିବା ନିମନ୍ତେ ଭିସା ପାଇଁ ଉଦ୍ୟମ କରୁଛନ୍ତି କିନ୍ତୁ, ଏଯାବତ୍ ଭିସା ପାଇପାରିନାହାନ୍ତି।
ସୂଚନା ଅନୁସାରେ ଅକ୍ଟୋବର ୬ ତାରିଖ ଦିନ ରାତି ପ୍ରାୟ ୧୦.୩୦ରେ ଛାତ୍ର ଜଣକ ରାସ୍ତାରେ ଯାଉଥିବା ବେଳେ ଜଣେ ଅଜ୍ଞାତ ଯୁବକଟି ତାଙ୍କ ପାଖକୁ ଆସି ଟଙ୍କା ମାଗିବା ସହିତ ଧମକ ଦେଇଥିଲେ । ଛାତ୍ର ଜଣକ ମନା କରିବାରୁ ଉତ୍ୟକ୍ତ ହୋଇ ବ୍ୟକ୍ତି ଜଣକ ଛାତ୍ରଙ୍କ ଉପରକୁ ଛୁରି ସାହାଯ୍ୟରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ଜଣକ ଛାତ୍ରଙ୍କୁ ୧୧ ଥର ଛୁରିମାଡ କରି ଘଟଣାସ୍ଥଳରୁ ଫେରାର ହେଇଯାଇଥିଲା । ତାଙ୍କ ଅବସ୍ଥା ସାଙ୍ଘାତିକ ହେବା ସହ ଛାତ୍ର ଜଣକ ଅସୁସ୍ଥ ହୋଇପଡ଼ିଥିଲେ ।
କୁହାଯାଉଛି ଯେ ନିକଟରେ ଥିବା ଗୋଟାଏ ଘରକୁ ଯାଇ ସାହାଯ୍ୟ ଲୋଡ଼ିବା ପରେ ଛାତ୍ର ଜନକୁ ଡାକ୍ତରଖାନାକକୁ ନିଆଯାଇଥିଲା।
‘ଆଇଆଇଟି-ମାଡ୍ରାସ୍’ ରୁ ସ୍ନାତକ ହାସଲ କରି ସିଡ୍ନି ସ୍ଥିତ ୟୁନିଭର୍ସିଟି ଅଫ୍ ନିଉ ସାଉଥ୍ ୱେଲ୍ଜ୍ ବିଶ୍ବବିଦ୍ୟାଳୟରେ ୨୮ ବର୍ଷୀୟ ଛାତ୍ର ଶୁଭମ ‘ପିଏଚ୍ଡି’ କରୁଥିଲେ ।