ପାକିସ୍ତାନ ଅଞ୍ଚଳ ମଧ୍ୟକୁ ଭୁଲ ବଶତଃ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ୩ ସେନା ଅଧିକାରୀଙ୍କୁ ଗତକାଲି ଭାରତୀୟ ବାୟୁସେନା ବହିଷ୍କାର କରିଛି।
ଘଟଣାଟି ଗତ ମାର୍ଚ୍ଚ ୯ ତାରିଖରେ ଘଟିଥିଲା, ଭୁଲ ବଶତଃ ଉତକ୍ଷେପଣ କରାଯାଇଥିବା କ୍ଷେପଣାସ୍ତ୍ର ଭାରତ – ପାକିସ୍ତାନ ସୀମାରୁ ପଶ୍ଚିମକୁ ୧୨୦ କିଲୋମିଟର ଦୂର ମିଆଁଛନୁ ଅଞ୍ଚଳ ପର୍ଯ୍ୟନ୍ତ ଚାଲିଯାଇଥିଲା।
ଏହା ଉପରେ ଅନୁସନ୍ଧାନ କରି ସମ୍ପୃକ୍ତ ୩ ଅଫିସରଙ୍କ ବହିଷ୍କାର ପାଇଁ ବିଭାଗୀୟ ସେନା କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ।