ଆଜି ସକାଳେ ଭାରତ-ଚୀନ ସୀମାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାରତୀୟ ସେନାର ଯବାନଙ୍କୁ ନେଇ ଘାଟି ରାସ୍ତାରେ ଯାଉଥିବା ଯାଉଥିବା ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଯବାନଙ୍କ ମୃତ୍ୟୁ ଘଟିଛି ଓ ୪ ଗୁରୁତର ଆହତ ହୋଇଛନ୍ତି। ଆହତ।ଜବାନଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସକାଳ ୮ଟା ବେଳେ ଚାଟେନ୍ରୁ ଥାଙ୍ଗୁ ଅଭିମୁଖେ ଯାଉଥିବା ଏହି ଗାଡିଟି ଉତ୍ତର ସିକିମର ଜେମା ନିକଟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୧୩ ଯବାନ ଓ ୩ କନିଷ୍ଠ ଅଫିସରଙ୍କ ମୃତ୍ୟୁ ଘଟିଛି।