ତୃତୀୟ ବିବାହ କଲେ ଇମ୍ରାନ ଖାନଙ୍କ ପୂର୍ବପତ୍ନୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ ଇ ଇନସାଫ ପାର୍ଟି – ପିଟିଆଇର ମୁଖ୍ୟ କ୍ରିକେଟ ତାରକା ଇମ୍ରାନ ଖାନଙ୍କ ପୂର୍ବପତ୍ନୀ ୪୯ ବର୍ଷିୟା ସାମ୍ବାଦିକା ରେହମ ଖାନ ତୃତୀୟ ବିବାହ କରିଛନ୍ତି । ଆମେରିକାରେ ରହୁଥିବା ପାକିସ୍ତାନର ମୂଳ ବାସିନ୍ଦା ଅଭିନେତା ମିର୍ଜା ବିଲାଲଙ୍କୁ ବିବାହ କରିଥିବା କଥା ନିଜ ଟ୍ଵିଟରରେ ଲେଖି ଜଣାଇଛନ୍ତି ରେହମ !

ରେହମଙ୍କ ଭଳି ବିଲାଲ ମଧ୍ୟ ପୂର୍ବରୁ ଦୁଇଥର ବିବାହ କରିଛନ୍ତି , ତାଙ୍କର ଗୋଟିଏ ପିଲା ମଧ୍ୟ ଅଛି ।
ରେହମ ନିଜ ପ୍ରଥମ ସ୍ଵାମୀ ଇଜାଜ ରେହମାନଙ୍କୁ ୨୦୦୫ ମସିହାରେ ଛାଡପତ୍ର ଦେଇଥିଲେ,ପରେ ୨୦୧୪ ମସିହାରେ ସେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିବାହ କରିଥିଲେ । ଏହି ବାହାଘର ମଧ୍ୟ ଅଧିକ ଦିନ ତିଷ୍ଟିପାରି ନଥିଲା, ୨୦୧୫ ମସିହାରେ ସେ ଇମ୍ରାନଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।

Leave A Reply

Your email address will not be published.