ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ୨୮ ବର୍ଷୀୟ ଛାତ୍ରକୁ ଗିରଫ କରିଛି ‘ଆଣ୍ଟି-ଟେରରିଷ୍ଟ୍ ସ୍କ୍ବାଡ୍’ (ଏଟିଏସ୍)। ଖବର ମିଳିଛି ଯେ ସେ ଆଇଆଇଟି-ବମ୍ବେ’ ର ଜଣେ ଛାତ୍ର ଅମନ୍ ସାକ୍ସେନା। ଉତ୍ତର ପ୍ରଦେଶର ବୁଦୌନ୍ ଜିଲ୍ଲା ଅନ୍ତର୍ଗତ ଆଦର୍ଶ ନଗର ଅଞ୍ଚଳରେ ଥିବା ତାଙ୍କ ବାପାଙ୍କ ଘରେ ଅମନ ରହୁଥିବା ଜାଣି ଉତ୍ତର ପ୍ରଦେଶ ପୁଲିସ ଓ ଗୁଜରାଟ ‘ଏଟିଏସ୍’ ଅଧିକାରୀ ମିଳିତ ଭାବରେ ଚଢ଼ଉ କରି ଗିରଫ କରିଛି। ସୂତ୍ରରୁ ପ୍ରକାଶ ଅଭିଯୁକ୍ତ ଯେ ଅମନ୍ ସାକ୍ସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଇ-ମେଲ୍ ଜରିଆରେ ପଠେଇଥିଲା। ତାପରେ ସେ ମୋବାଇଲ ସ୍ବିଚ୍ ଅଫ୍ କରି ସିମ୍କାର୍ଡ ଟିକୁ ବାହାରକରି ଦେଇଥିଲା। କିନ୍ତୁ ପରେ ସେ ତାଙ୍କ ବାପାଙ୍କ ମୋବାଇଲ ରେ ସେହି ସିମଟିକୁ ବ୍ୟବହାର କରିବା ପରେ ‘ଏଟିଏସ୍’ ଟିମ୍ ତାଙ୍କର ଅବସ୍ଥିତି ବିଷୟରେ ଜାଣିପାରିଥିଲା। ଏହି ଇ-ମେଲ୍ ପଠାଇବାରେ ସମ୍ପୃକ୍ତ ଥିବା ଗୁଜରାଟର ଜଣେ ଯୁବତୀ ଓ ଯୁବତୀଙ୍କ ଦିଲ୍ଲୀ ବୟଫ୍ରେଣ୍ଡ୍ଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀରେ ଥିବା ପ୍ରେମିକା କଥାରେ ପଡି କିମ୍ବା ଅମନ ମୋବାଇଲ ବ୍ୟବହାର କରି ତାଙ୍କ ପ୍ରେମିକା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା କଥା ଅମନଙ୍କ ବାପା କହିଛନ୍ତି ।