ଗୁଜରାଟ ଜିତିଲେ ୨୦ ଲକ୍ଷ ଲୋକଙ୍କୁ ଚାକିରୀ ଦେବ ବିଜେପି

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ରାଜ୍ୟରେ ୨୭ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ଆଜି ନିଜର ଇସ୍ତାହାର ଘୋଷଣା କରିଛି।

ଗାନ୍ଧୀ ନଗରସ୍ଥିତ ଦଳୀୟ କାର୍ଯ୍ଯାଳୟ ଶ୍ରୀକମଳମ ଭବନରେ ଦଳର ଇସ୍ତାହାର ଘୋଷଣା କରି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଦଳ ଆଉଥରେ କ୍ଷମତାକୁ ଆସିଲେ, ୨୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ।

ପୂର୍ବରୁ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ।

ଆମ୍ ଆଦମୀ ପାର୍ଟି ମହିଳାମାନଙ୍କୁ ମାସିକ ପେନସନ ଦେବାକୁ ନିଜ ଇସ୍ତାହାରରେ ଘୋଷଣା କରିଥିବା ବେଳେ, ପୁଣିଥରେ ସରକାରକୁ ଆସିଲେ ବିଜେପି ୧ ଲକ୍ଷ ମହିଳାଙ୍କୁ ରୋଜଗାର ପ୍ରଦାନ କରିବ ବୋଲି ଇସ୍ତାହାରରେ ଘୋଷଣା କରିଛି।

ନିର୍ବାଚନରେ ବିଜୟୀ ହେଲେ ବିଜେପି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କ ପାଇଁ କଠୋର ଦଣ୍ଡବିଧାନର ଆଇନ ଆଣିବ ଓ ଗୁଜରାଟକୁ ପୁଞ୍ଜି ନିବେଶ ସ୍ଥଳୀରେ କରିବ ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ୟୁସିସିର ଛାତ୍ରଛାତ୍ରୀମାନଙ୍କୁ ସରକାର ମାଗଣା ସ୍କୁଟି ପ୍ରଦାନ କରିବେ ଓ ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦ ସହ ସମ୍ପୃକ୍ତ ସଂଗଠନଗୁଡିକ ଉପରେ କଡା କଟକଣା ଲଗାଇବେ।

ସଭାରେ ଉପସ୍ଥିତ ଗୁଜରାଟ ବିଜେପି ସଭାପତି ଚନ୍ଦ୍ରକାନ୍ତ ରଘୁନାଥ ପାଟିଲ କହିଲେ ଯେ ରାଜ୍ୟର ୧ ଲକ୍ଷ ନାଗରୀକଙ୍କ ମତାମତ ନିଆଯାଇ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.