କେନ୍ଦ୍ର ସରକାର ଦେଶରେ ସାଢ଼େ ୧୪ ହଜାରରୁ ଅଧିକ ପିଏମ ଶ୍ରୀ ବିଦ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ଏକ ସମାରୋହରେ କହିଛନ୍ତି।
‘ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ’ର ଉଦଘାଟନ ଅବସରରେ ଅଡାଲାଜର ତ୍ରିମନ୍ଦିରରେ ସେ କହିଲେ ଏହି ବିଦ୍ୟାଳୟଗୁଡ଼ିକ ସମଗ୍ର ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି ପାଇଁ ଆଦର୍ଶ ବିଦ୍ୟାଳୟ ହେବ।
୫ଜି ସେବାର ଆରମ୍ଭ ଏବଂ ଏହାର ଦକ୍ଷତା ବିଷୟରେ ବୁଝାଇବାକୁ ଯାଇ ମୋଦି କହିଲେ ଯେ ୪ଜି ସାଇକେଲ ହେଲେ, ୫ଜି ହେଉଛି ଉଡ଼ାଜାହାଜ !
ସେ କହିଲେ ଯେ ଗୁଜରାଟରେ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀ ଓ ୨୦ହଜାର ବିଦ୍ୟାଳୟ ୫ଜି ଶିକ୍ଷା ଯୁଗରେ ପ୍ରବେଶ କରିବାକୁ ଯାଉଛନ୍ତି।