ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ୨୦ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ଆଜି ଗିରଫ କରିଛି ଇଡି, ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ତଦନ୍ତ ଚାଲିଥିଲା।
ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଗତକାଲି ଚଢ଼ାଉ କରାଯାଇ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଥିଲା।
ନଗଦ ଟଙ୍କା ସହ ୨୦ଟି ମୋବାଇଲ୍ ଫୋନ ମଧ୍ୟ ଜବତ କରାଯାଇଛି ବୋଲି ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି ।
ଅର୍ପିତାଙ୍କ ଠାଳୁ ଟଙ୍କା ଜବତ ହେବା ପରେ ମନ୍ତ୍ରୀ ଶ୍ରୀ ଚାଟାର୍ଜୀଙ୍କୁ ଉଠାଇ ନେଇ ରାତିସାରା ଜେରା କରିବା ପରେ ତାଙ୍କୁ ଗିରଫ କରିଛି ଇଡି।
ତାଙ୍କ ବ୍ଯତିତ ପଶ୍ଚିମବଙ୍ଗର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ଅଫିସ ଓ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି ।