ନିଉଅର୍କର ଚୌଟାକ୍ଵାଠାରେ ସଭାମଞ୍ଚ ଉପରେ ବିଶିଷ୍ଟ ଲେଖକ ସଲମାନ ରୁଷଦୀଙ୍କ ଉପରେ ତାଙ୍କ ବେକରେ ଘନଘନ ଛୁରାମାଡ଼ କରିଥିବା ୨୪ ବର୍ଷ ବୟସ୍କ ମୁସଲିମ ଯୁବକ ହାଦି ମାତାର୍ ଏକ ସମ୍ବାଦ ସରବରାହ ସଂସ୍ଥାକୁ ଭିଡିଓ ସାକ୍ଷାତକାରରେ କହିଛି ଯେ ରୁଷଦୀ କେମିତି ବଞ୍ଚିଗଲେ – ତାହା ତାକୁ ଆଶ୍ଚର୍ଯ୍ୟ କରିଛି ।
୧୯୮୮ ମସିହାରେ ରୁଷଦୀଙ୍କ ସାଟାନିକ ଭରସେସ୍ ପୁସ୍ତକ ପ୍ରକାଶ ପାଇବା ପରେ ତାଙ୍କୁ ହତ୍ଯା କରିବା ପାଇଁ ଫତଓ୍ଵା ଜାରି କରିଥିବା ଇରାନର ତତ୍କାଳୀନ ସର୍ବୋଚ୍ଚ କ୍ଷମତାଶାଳୀ ମୌଳବାଦୀ ଧର୍ମଗୁରୁ ଆୟାତୋଲ୍ଲା ଖେମିନୀଙ୍କୁ ସେ ବହୁତ ସମ୍ମାନ କରେ ବୋଲି ଉଲ୍ଲେଖ କରି ମାତାର କହିଛି ଯେ ଆମ ଧର୍ମ ବିରୋଧରେ କୁତ୍ସା ପ୍ରକଟ କରିଥିବା ରୁଷଦୀଙ୍କୁ ସେ ଘୃଣା କରେ !