ମୁଁ କଂଗ୍ରେସରେ ଅଛି, ରହିବି : ଚିରଞ୍ଜିବୀ ବିଶ୍ଵାଳ

କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବା ପ୍ରସଙ୍ଗରେ ସଵୁ ଆଲୋଚନା ଆକଳନକୁ ନାକଚ କରିଦେଇ ଦଳର ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ଵାଳ କହିଛନ୍ତି ଯେ ସେ ଦୃଢ଼ଭାବେ ଦଳରେ ଅଛନ୍ତି ଓ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଶକ୍ତିଶାଳୀ କରିବା କାମ କରୁଛନ୍ତି।
ପୂର୍ବତନ ମୁଖ୍ୟସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ତାଙ୍କ ପାଖକୁ ଆସି ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କରିଥିବା ଆଲୋଚନା ସମ୍ପର୍କରେ ସେ କହିଲେ ଯେ ଦଳରେ ନରହିବା କଥା ସେ କେବେ ବି ଭାବିନାହାନ୍ତି, ସେପରି ହୋଇଥିଲେ ସେ ଶ୍ରୀ ପଟ୍ଟନାୟକଙ୍କ ସହ ଦୁଇଘଣ୍ଟା ଆଲୋଚନା କରିଥାଆନ୍ତେ କାହିଁକି ?

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବିଶ୍ଵାଳ କହିଥିଲେ ଯେ ୨୦୧୯ ନିର୍ବାଚନ ପରଠାରୁ ତାଙ୍କ ଦଳ ଛାଡିବାକୁ ନେଇ ମନଗଢା କାହାଣୀସବୁ ପ୍ରଚାର କରାଯାଉଛି, ଆଗରୁ ସେ ବିଜେଡିରେ ଯୋଗ ଦେଉଥିବା କଥା କୁହାଯାଉଥିଲା, ଏବେ କିଛିଦିନ ହେବ ବିଆରଏସ କଥା କୁହାଯାଉଛି। ଏସବୁ ଅବାନ୍ତର କଳ୍ପନାଜଳ୍ପନା ସମ୍ପର୍କରେ କଟାକ୍ଷ କରି ସେ କହିଲେ ଯେ ଦୁଇବର୍ଷ ହେବ ଏପରି ସବୁ ଗପ ପ୍ରଚାର କରାଯାଉଛି – ” ଦଳ ବଦଳାଇ ଅନ୍ୟ ଦଳକୁ ଯିବାକୁ ଚାହୁଁଥିଲେ, କିଏ ଦୁଇବର୍ଷ ସମୟ ନିଏ କି ‘”

Leave A Reply

Your email address will not be published.