ସାଉଦି ଆରବ ଯିବାକୁ ରାଜି ନହେବାରୁ ସ୍ତ୍ରୀକୁ ତିନି ତଲାକ
ଜାଲ ପାସପୋର୍ଟରେ ସାଉଦି ଆରବ ଯାଇ ଅନ୍ୟ ପୁରୁଷ ପାଖରେ ମାସେ ରହିବାକୁ ନିଜ ସଦ୍ଯ ବିବାହିତା ସ୍ତ୍ରୀକୁ ବାଧ୍ୟ କରୁଥିଲା ତାର ସ୍ଵାମୀ ଓ ପରିବାର ଲୋକେ, ଏଥିରୁ ସେମାନଙ୍କୁ ୫୦ ଲକ୍ଷ ଟଙ୍କା ମିଳିଥାଆନ୍ତା ! ମାତ୍ର ଏଥିରେ ରାଜି ନହେବାରୁ ସ୍ତ୍ରୀକୁ ତଲାକ ଦେଇ ଘରୁ ବାହାର କରିଦେଇଛି ସ୍ଵାମୀ ! ମାମଲା ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ, ଶାଶୁ ଓ ଦିଅରକୁ ପୋଲିସ ଗିରଫ କରିଛି।
ଘଟଣାଟି ଘଟିଛି ଉତ୍ତରାଖଣ୍ଡର ପଟେଲନଗର ଥାନା ଅଞ୍ଚଳରେ। ଗତ ସେପ୍ଟେମ୍ବର ୨ ତାରିଖରେ କାରଗି ଚୌକର ନଦୀମ ନାମକ ଜଣେ ବ୍ଯକ୍ତି ପୀଡିତା ଯୁବତୀକୁ ବିବାହ କରିଥିଲା, ବିବାହର ଏକ ସପ୍ତାହ ପରେ ସେ ନିଜ ସ୍ତ୍ରୀକୁ ଏପରି ଏକ ଘୃଣ୍ୟ କାମ କରିବାକୁ ପ୍ରରୋଚିତ କରିଥିଲା, ଏଥିରେ ରାଜି ନହେବାରୁ ତାକୁ ୩ ଥର ତଲାକ କହି ଘରୁ ବାହାର କରି ଦେଇଥିଲା।
ଉତ୍ତରାଖଣ୍ଡରେ ପୂର୍ବରୁ ଏଭଳି ଆଉ ଦୁଇଟି ଘଟଣା ଘଟିଥିବା ଜଣାପଡିଛି।