ଆମେରିକୀୟ ବାଣିଜ୍ୟ ଗବେଷଣା ସଂସ୍ଥା ହିଣ୍ଡନବର୍ଗ ଏବେ ଆଉ ଏକ ବଡ଼ ଭାରତୀୟ କମ୍ପାନୀର ଜାଲସାଦି ବିଷୟ ପର୍ଦ୍ଦାଫାସ କରିବାକୁ ଯାଉଥିବାର ଖବର ମିଳିଛି। ଏବାବଦରେ ସାମାଜିକ ଗଣମାଧ୍ୟମରେ ହିଣ୍ଡନବର୍ଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ସଂସ୍ଥା ଆଦାନୀ ଗ୍ରୁପର ଜାଲସାଦି ସମ୍ପର୍କିତ ଘାତକ ତଥ୍ୟ ପ୍ରକାଶ କରିବା ପରେ ଷ୍ଟକ ମାର୍କେଟରେ ଏହାର ବଡ ପ୍ରଭାବ ପଡିଥିଲା, ଗୌତମ ଆଦାନୀଙ୍କ ସମ୍ପତ୍ତି ୧୫୦ ଅରବ ଡଲାରରୁ ଖସି ୫୩ ଅରବ ଡଲାରରେ ପହଞ୍ଚିଯାଇଥିଲା, ବିଶ୍ଵର ସବୁଠାରୁ ଧନୀତାଲିକାରେ ଦ୍ଵିତୀୟ ସ୍ଥାନରେ ଥିବା ଆଦାନୀ ୩୫ ନମ୍ବର ତଳକୁ ଖସିଯାଇଥିଲେ।
ଏବେ ହିଣ୍ଡେନବର୍ଗର ନୂଆ ଖୁଲାସା କାହାର ମୁଣ୍ଡ ଗଡାଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।