ହିମାଚଳ ମୁଖ୍ୟମନ୍ତ୍ରୀ କୋଭିଡ ପଜିଟିଭ

କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି ହିମାଚଳ ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ।

ସୁଖବିନ୍ଦରଙ୍କ ଗଳାରେ ଦରଜ ଅନୁଭବ ହେଉଥିବାରୁ ଗତକାଲି ତାଙ୍କର ସ୍ଵାବ ସଂଗ୍ରହ କରାଯାଇଥିଲା।

ଆଜି ଏହାର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି।

ଏବେ ସେ ୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ହିମାଚଳ ସଦନରେ କ୍ବାରେଣ୍ଟିନ୍‌ରେ ରହିବେ।

ହିମାଚଳର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଦିଲ୍ଲୀ ଗସ୍ତ ଆସିଛନ୍ତି, ମାତ୍ର କରୋନା ଚହ୍ନଟ ହେବାପରେ ଏବେ ଆଉ ସାକ୍ଷାତ ସମ୍ଭବପର ହେବନାହିଁ।

Leave A Reply

Your email address will not be published.